ଅଧ୍ୟାୟ 149

ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର !ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଏକ ନୂତନ ଗୀତ ଗାନ କର। ତାଙ୍କ ଅନୁସରଣ କାରୀମାନଙ୍କ ଗହଣରେ ତାଙ୍କର ଗୁଣ ଗାନ କର।
2 ଇଶ୍ରାୟେଲ, ଆପଣା ନିର୍ମାଣକର୍ତ୍ତାଙ୍କଠାରେ, ଆନନ୍ଦ କର। ସିୟୋନର ଲୋକମାନେ ଆପଣାମାନଙ୍କ ରାଜାଙ୍କଠାରେ ଉଲ୍ଲସିତ ହୁଅ।
3 ସହେି ଲୋକମାନେ ତାଙ୍କୁ ନାଚି ନାଚି ପ୍ରଶଂସା କରନ୍ତୁ, ଦାରା ଓ ବୀଣା ବାଦନ କରି।
4 ସଦାପ୍ରଭୁ ଆପଣା ଲୋକମାନଙ୍କ ଉପରେ ଆନନ୍ଦିତ ହୁଅନ୍ତି। ସେ ନମ୍ର ଲୋକମାନଙ୍କ ପାଇଁ ଆଶ୍ଚର୍ୟ୍ଯ କ୍ରିଯାମାନ କରିଛନ୍ତି। ସେ ସମାନଙ୍କେୁ ରକ୍ଷା କଲେ।
5 ପରମେଶ୍ବରଙ୍କ ଅନୁସରଣକାରୀ ତୁମ୍ଭମାନେେ ଗୌରବରେ ଆନନ୍ଦ କର !ଆପଣା ଶୟ୍ଯା ଉପରେ ମଧ୍ଯ ଆନନ୍ଦର ସହ ଗାନ କର।
6 ସହେି ଲୋକମାନେ ପରମେଶ୍ବରଙ୍କ ପ୍ରଶଂସା ଉଚ୍ଚ ସ୍ବରରେ କରନ୍ତୁ ଏବଂ ସମାନଙ୍କେ ନିଜ ହସ୍ତରେ ନିଜର ଖଡ୍ଗମାନ ଧରନ୍ତୁ।
7 ସମାନଙ୍କେୁ ଅନ୍ୟ ଗୋଷ୍ଠୀଯମାନଙ୍କୁ ଦଣ୍ଡିତ କରିବାକୁ ୟାଆନ୍ତୁ। ସମାନଙ୍କେୁ ୟିବାକୁ ଓ ଦଣ୍ଡ ଦବୋକୁ ଦିଅ।
8 ପରମେଶ୍ବରଙ୍କର ଲୋକମାନେ ତାଙ୍କର ରାଜା ଓ ପ୍ରଧାନବର୍ଗମାନଙ୍କୁ ଲୌହ କଡ଼ିରେ ବାନ୍ଧନ୍ତୁ।
9 ପରମେଶ୍ବରଙ୍କ ଆଦେଶ ଅନୁସାରେ ତାଙ୍କ ଲୋକମାନେ ସମାନଙ୍କେର ଶତ୍ରୁମାନଙ୍କୁ ଦଣ୍ଡ ଦବେେ। ଏହା ପରମେଶ୍ବରଙ୍କର ସମସ୍ତ ବିଶସ୍ତ ଅନୁସରଣକାରୀମାନଙ୍କୁ ସମ୍ମାନ ଆଣି ଦବେ। ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର।