ଅଧ୍ୟାୟ 47

ହେ ସର୍ବଗୋଷ୍ଠୀଯମାନେ ଆନନ୍ଦରେ କରତାଳି ଦିଅ। ପରମେଶ୍ବରଙ୍କ ଉଦ୍ଦେଶ୍ଯରେ ଜଯଧ୍ବନି କର।
2 ସର୍ବୋପରିସ୍ଥ ସଦାପ୍ରଭୁ ସବୁଠାରୁ ଭୟଙ୍କର ଅଟନ୍ତି। ଏ ପୃଥିବୀରେ ସେ ସବୁଠାରୁ ଶ୍ରେଷ୍ଠ ରାଜ ଅଟନ୍ତି।
3 ସେ ଆମ୍ଭଙ୍କୁ ଅନ୍ୟ ଲୋକମାନଙ୍କୁ ପରାଜିତ କରିବାକୁ ସାହାୟ୍ଯ କରନ୍ତି। ସେ ସହେି ରାଜାମାନଙ୍କ ଉପରେ ଆମ୍ଭଙ୍କୁ ଶକ୍ତି ପ୍ରଦାନ କରନ୍ତି।
4 ପରମେଶ୍ବର ଆମ୍ଭମାନଙ୍କୁ ଦେଶ ଦବୋ ପାଇଁ ମନୋନୀତ କରିଛନ୍ତି। ସେ ୟାକୁବକୁ ଅଧିକ ଭଲ ପାଉଥିବାରୁ ତାଙ୍କ ପାଇଁ ସବୁଠାରୁ ଭଲ ଦେଶକୁ ମନୋନୀତ କରିଥଲେ।
5 ସଦାପ୍ରଭୁ ଯେତବେେଳେ ତାଙ୍କ ସିଂହାସନରେ ବିଜେ ହୁଅନ୍ତି ସେତବେେଳେ ତୂରୀ ଓ ଜଯଜଯକାର ନାଦରେ ଗଗନ ପବନ ମୁଖରିତ ହୁଏ।
6 ପରମେଶ୍ବରଙ୍କ ଗୁଣ କୀର୍ତ୍ତନ କର। ତାଙ୍କର ପ୍ରଶଂସାରେ ଶତ ମୁଖର ହାଇେ ଉଠ। ଆମ୍ଭର ରାଜାଙ୍କୁ ପ୍ରଶଂସା କର। ତାଙ୍କର ମହିମା ଗାନ କର।
7 ପରମେଶ୍ବର ହେଉଛନ୍ତି ଏ ସମସ୍ତ ପୃଥିବୀର ରାଜା। ତଣେୁ ତାଙ୍କର ମହିମା ଗାନ କର।
8 ପରମେଶ୍ବର ତାଙ୍କର ପବିତ୍ର ସିଂହାସନରେ ବସନ୍ତି। ପରମେଶ୍ବର ସମସ୍ତ ରାଜ୍ଯମାନଙ୍କୁ ଶାସନ କରନ୍ତି।
9 ସହେି ଲୋକମାନେ ପରସ୍ପର ସହିତ ମିଳିତ ହୁଅନ୍ତି ଓ ସମାନେେ ଅବ୍ରହାମର ପରମେଶ୍ବରଙ୍କ ରାଜ୍ଯର ଲୋକମାନଙ୍କ ସହିତ ମିଶନ୍ତି। ସହେିସବୁ ନେତାମାନେ ପରମେଶ୍ବରଙ୍କ ଆଶ୍ରିତ। ପରମେଶ୍ବର ସମାନଙ୍କେ ଉର୍ଦ୍ଧ୍ବରେ ଅଟନ୍ତି।