ଅଧ୍ୟାୟ 52

ହେ ଶ୍ରେଷ୍ଠ, ମାନବ, ତୁମ୍ଭେ କରୁଥିବା ଅନିଷ୍ଟ କର୍ମରେ ବଡ଼ିମା ହେଉଛି କାହିଁକି ? ପରମେଶ୍ବରଙ୍କ ବିଶ୍ବସ୍ତ ପ୍ରମେ ମାେତେ ଦିନ ତମାମ ସୁରକ୍ଷା କରିବ।
2 ତୁମ୍ଭେ ଲୋକମାନଙ୍କୁ ଧ୍ବଂସ କରିବାକୁ ଚକ୍ରାନ୍ତ କରୁଅଛ। ତୁମ୍ଭର ଜିହ୍ବା କ୍ଷୁରତୁଲ୍ଯ ତିକ୍ଷ୍ମ। ତୁମ୍ଭେ ମିଥ୍ଯା କହୁଛ ଏବଂ ଲୋକମାନଙ୍କୁ ଠକିବା ପାଇଁ ଚେଷ୍ଟା କରୁଛ !
3 ତୁମ୍ଭେ ସୁକର୍ମ ଅପେକ୍ଷା କୁକର୍ମକୁ ଅଧିକ ଭଲ ପାଉଛ। ତୁମ୍ଭେ ସତ କହିବା ଅପେକ୍ଷା, ମିଥ୍ଯା କହିବାକୁ ଅଧିକ ଭଲ ପାଉଛ।
4 ତୁମ୍ଭେ ଲୋକମାନଙ୍କୁ ଆଘାତ ଦେଉଥିବା ଶବ୍ଦକୁ ଓ ପ୍ରତାରଣା କରୁଥିବା ଜିହ୍ବାକୁ ଭଲ ପାଉଛ।
5 ଏଣୁ ପରମେଶ୍ବର ଚିରଦିନ ପାଇଁ ତୁମ୍ଭକୁ ଧ୍ବଂସ କରିବେ। ସେ ତୁମ୍ଭକୁ ହଠାତ୍ ମାଡ଼ିବସିବେ ଏବଂ ତୁମ୍ଭକୁ ତୁମ୍ଭର ଘରୁ ଟାଣି ଆଣିବେ। ସେ ତୁମ୍ଭକୁ ସଜୀବ ପୃଥିବୀରୁ ଉତ୍ପାଟନ କରିବେ।
6 ଧାର୍ମିକ ଲୋକମାନେ ତାହା ଦେଖି ବିସ୍ମିତ ହବେେ। ସମାନେେ ତୁମ୍ଭକୁ ପରିହାସ କରି କହିବେ।
7 " ଦେଖ ତାଙ୍କୁ କ'ଣ ହେଲା। ସେ ରକ୍ଷା ପାଇବା ପାଇଁ ପରମେଶ୍ବରଙ୍କୁ ବିଶ୍ବାସ କଲା ନାହିଁ। ସେ ଭାବିଲା, ତା'ର ଧନ ଏବଂ ମିଥ୍ଯା ତାକୁ ଉଦ୍ଧାର କରିବ।"
8 କିନ୍ତୁ ମୁଁ ପରମେଶ୍ବରଙ୍କ ମନ୍ଦିରରେ ବଢୁଥିବା ଏକ ସତଜେ ଜିତବୃକ୍ଷ ତୁଲ୍ଯ ଅଛି। ମୁଁ ଅନନ୍ତକାଳ ପରମେଶ୍ବରଙ୍କ ପ୍ରମରେେ ବିଶ୍ବାସ କରେ।
9 ପରମେଶ୍ବର, ତୁମ୍ଭେ କରିଥିବା କାମ ପାଇଁ ମୁଁ ତୁମ୍ଭକୁ ସର୍ବଦା ପ୍ରଶଂସା କରିବି। ମୁଁ ତୁମ୍ଭ ରାଜ ଭକ୍ତମାନଙ୍କ ଉପସ୍ଥିତିରେ ତୁମ୍ଭର ନାମର ଘୋଷଣା କରିବି, କାରଣ ତୁମ୍ଭେ ଉତ୍ତମ ଅଟ।